Wednesday, October 10, 2018

ପାକିସ୍ତାନର ଅର୍ଥନୀତି ଏବେ ମଧୁମେହଗ୍ରସ୍ତ


ଇସଲାମାବାଦ, ୧୦/ ୧୦ : ବିଶ୍ୱର କେତେକ ବିକାଶଶୀଳ ଦେଶମାନଙ୍କ ଜାତୀୟ ମୁଦ୍ରା ଧଡ଼ାଧଡ଼ ଖସୁଛି । ପ୍ରଥମେ ଆର୍ଜେଣ୍ଟିନା, ପରେ ଇଜିପ୍ଟ  । ଏହାପରେ ଭେନିଜୁଏଲା ଓ ଭାରତର ରାଷ୍ଟ୍ରୀୟ ମୁଦ୍ରାରେ ଘୋର ଅବମୂଲ୍ୟାୟନ ପରେ ଏବେ ପାଳି ପଡ଼ିଛି ପାକିସ୍ତାନର  । ବୁଧବାର ପାକିସ୍ତାନର ରାଷ୍ଟ୍ରୀୟ ମୁଦ୍ରା ଡଲାର ତୁଳନାରେ ୭% ହ୍ରାସ ପାଇଛି  । ପାକିସ୍ତାନର ଅବସ୍ଥା ଏଭଳି ହେଲାଣି ଯେ, କ୍ୟାବିନେଟ୍‍ ବୈଠକରେ ମଧ୍ୟ ଚାହା ପରସା ଯାଉନାହିଁ  । ଗତକାଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ ଆଇଏମ୍‍ଏଫ୍‍ ଓ ବିଶ୍ୱବ୍ୟାଙ୍କ୍‍କୁ ବେଲ୍‍ଆଉଟ୍‍ ପ୍ୟାକେଜ୍‍ ମାଗିଥିଲେ  । ସେ ଦର୍ଶାଇଥିଲେ ଯେ, ପାକିସ୍ତାନର ଅର୍ଥନୀତି ଭୁଶୁଡ଼ି ଯାଉଛି  । ଆର୍ଥିକ ପ୍ୟାକେଜ୍‍ ନଦେଲେ ପାକିସ୍ତାନ ତିଷ୍ଠିପାରିବ ନାହିଁ  । ଏଣୁ ତୁରନ୍ତ ଆର୍ଥିକ ସହାୟତା ନିମନ୍ତେ ସେ ଆବେଦନ କରିଥିଲେ  । ଏହି ପରିପ୍ରେକ୍ଷୀରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାପାଣ୍ଠିର ମୁଖ୍ୟ ମରିସ ଅବସ୍ଟଫେଲ୍ଡ ଦର୍ଶାଇଛନ୍ତି ଯେ, ପାକିସ୍ତାନର ଏଭଳି ଦୟନୀୟ ଅବସ୍ଥା ପାଇଁ ଚୀନ ଦାୟୀ  । ଚୀନ ପାକିସ୍ତାନକୁ ସର୍କରା ଜାତୀୟ ଋଣ ଦେଇ ଦେଇ ମଧୁମେହ କରାଇ ଦେଇଛି  । ପାକିସ୍ତାନର ଅର୍ଥନୀତି ଏବେ ମଧୁମେହଗ୍ରସ୍ତ  । ଚୀନ୍‍ ସିଲ୍କରୋଡ୍‍ ପାଇଁ ପାକିସ୍ତାନକୁ ଯେଉଁ ଋଣ ଦେଇଥିଲା ତାହା ସୁଧମୂଳ ସହ ଜଟିଳ ସ୍ଥିତିରେ ପହଞ୍ôଚଛି  । ଏହି ବାବଦରେ ୨ ବିଲିୟନ ଡଲାର ପାକିସ୍ତାନ ସୁଝିପାରୁ ନାହିଁ  । ୱାନ ବେଲ୍ଟ ୱାନ୍‍ ରୋଡ୍‍ ପ୍ରକଳ୍ପ ଅନ୍ତର୍ଗତ ଚୀନ ୬୦ ବିଲିୟନ ଡଲାର ନିବେଶ କରିବାକୁ ପ୍ରସ୍ତାବ ଦେଇଥିଲା  । ଏହାଦ୍ୱାରା ବିକାଶଶୀଳ ଦେଶଗୁଡ଼ିକ ଚୀନ ନିଜର ଆର୍ଥିକ କ୍ରୀତଦାସ କରି ରଖିବାକୁ ଚାହୁଁଛି ବୋଲି ଆଇଏମ୍‍ଏଫ୍‍ ସତର୍କ କରାଇ ଦେଇଛି

No comments:

Post a Comment