Tuesday, May 22, 2018
ମାଲେସିଆ କ୍ୟାବିନେଟ୍ରେ ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଲେ ଭାରତୀୟ ଶିଖ
କୁଆଲାଲାମ୍ପପୁର, ୨୨/୫ : ଭାରତୀୟ ବଂଶୋଦ୍ଭବ ତଥା ଶିଖ୍ ସମ୍ପ୍ରଦାୟର ବ୍ୟକ୍ତି ଗୋବିନ୍ଦ ସିଂହ ଦେଓ (୪୫) ମାଲେସିଆ କ୍ୟାବିନେଟ୍ରେ ସାମିଲ୍ ହୋଇଛନ୍ତି । ତାଙ୍କୁ ସୂଚନା ଓ ମଲ୍ଟିମିଡିଆ ବିଭାଗ ଦିଆଯାଇଛି । ସେ ମାଲେସିଆର ଉଚ୍ଚଙ୍ଗ ଲୋକସଭା ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ପିତା ପେଷାରେ ଜଣେ ଓକିଲ ଥିଲେ । ମାଲେସିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଗତକାଲି ଶପଥ ଗ୍ରହଣ କରିବା ପରେ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ପ୍ରକାଶଥାଉ କି, ଶ୍ରୀ ଦେଓ ୨୦୦୮ରେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଯାଇଥିଲେ ।
ମସଜିଦ୍ରେ କେବଳ ଜାତୀୟ ପତାକା ଲଗାଯିବ : ଚୀନ
୨୨/୦୫/୨୦୧୮
ବେଜିଂ, ୨୨/୫ : ଚୀନ୍ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚୀନ ଇସଲାମିକ ସଂଘ ଏହାର ସବୁ ସୁନୀ ଓ ସିହା ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦେଇ କହିଛି ଯେ, ମସଜିଦ୍ରେ କେବଳ ଚୀନର ଜାତୀୟ ପତାକା ଲଗାଯିବ । କୌଣସି ଧାର୍ମୀୟ ପତାକା ଲଗାଯାଇପାରିବ ନାହିଁ । ପ୍ରକାଶଥାଉ କି, ଚୀନରେ ରମଜାନ୍ ସମୟରେ ମୁସଲିମ୍ମାନଙ୍କୁ ଘୁଷୁରୀ ମାଂସ ଖାଇବାକୁ ଓ ମଦ ପିଇବାକୁ ବାଧ୍ୟ କରାଯାଏ । ଚୀନରେ ପ୍ରାୟ ୨ କୋଟି ମୁସଲମାନ ବସବାସ କରନ୍ତି । ଚୀନର ବିଭିନ୍ନ ଜେଲ୍ରେ ରହୁଥିବା ମୁସଲିମ୍ କଏଦୀମାନଙ୍କୁ ରମଜାନ ସମୟରେ ବଳପୂର୍ବକ ଘୁଷୁରୀ ମାଂସ ଖୁଆଇ ସେମାନଙ୍କୁ ମଦ ପିଆଉଥିବାର ଅଭିଯୋଗ ହୋଇଛି ।
ବେଜିଂ, ୨୨/୫ : ଚୀନ୍ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚୀନ ଇସଲାମିକ ସଂଘ ଏହାର ସବୁ ସୁନୀ ଓ ସିହା ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦେଇ କହିଛି ଯେ, ମସଜିଦ୍ରେ କେବଳ ଚୀନର ଜାତୀୟ ପତାକା ଲଗାଯିବ । କୌଣସି ଧାର୍ମୀୟ ପତାକା ଲଗାଯାଇପାରିବ ନାହିଁ । ପ୍ରକାଶଥାଉ କି, ଚୀନରେ ରମଜାନ୍ ସମୟରେ ମୁସଲିମ୍ମାନଙ୍କୁ ଘୁଷୁରୀ ମାଂସ ଖାଇବାକୁ ଓ ମଦ ପିଇବାକୁ ବାଧ୍ୟ କରାଯାଏ । ଚୀନରେ ପ୍ରାୟ ୨ କୋଟି ମୁସଲମାନ ବସବାସ କରନ୍ତି । ଚୀନର ବିଭିନ୍ନ ଜେଲ୍ରେ ରହୁଥିବା ମୁସଲିମ୍ କଏଦୀମାନଙ୍କୁ ରମଜାନ ସମୟରେ ବଳପୂର୍ବକ ଘୁଷୁରୀ ମାଂସ ଖୁଆଇ ସେମାନଙ୍କୁ ମଦ ପିଆଉଥିବାର ଅଭିଯୋଗ ହୋଇଛି ।
Monday, May 21, 2018
ଦ୍ୱିପାକ୍ଷିକ ସମ୍ପର୍କକୁ କେହି ବିଗାଡିପାରିବେନି : ମୋଦି
ସୋଚି, ୨୧/୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମୀର
ପୁଟିନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୌପଚାରିକ
ଗସ୍ତରେ ଯାଇ ଆଜି ରୁଷିଆର କୃଷ୍ଣସାଗର ଉପକୂଳ ସୋଚି ସହରରେ
ପହଞ୍ôଚ ପୁଟିନଙ୍କ ସହିତ ସାକ୍ଷାତ କରିଛନ୍ତି । ଏହି ଅବସରରେ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ରୁଷିଆ ସହ ଭାରତର ସାମରିକ
ସହଯୋଗୀତା ସମ୍ପର୍କରେ ବହୁ ଉନ୍ନତି ଘଟିଛି । ପୂର୍ବରୁ ତକ୍ରାଳୀନ
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ‘ସାମରିକ
ସହଯୋଗୀ’ରୁ ଊଦ୍ଧ୍ୱର୍କୁ ଯାଇ ଏହି ସମ୍ପର୍କ ଏବେ ‘ସ୍ୱତନ୍ତ୍ର ସାମରିକ
ସହଯୋଗୀ’ (ସ୍ପେଶାଲ ପ୍ରଭିଲେଜ୍ ଷ୍ଟାଟେଜିକ୍ ପାଟନରସିପ୍) ସ୍ତରରେ
ପହଞ୍ôଚଛି ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସେ
ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାବେ ରୁଷିଆ
ଯାଇଥିଲେ । ରୁଷିଆ ସହିତ ଭାରତ ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ
ପରିବହନ କରିଡର (ଆଇଏନ୍ଏସ୍ଟିସି) ଓ ଭାରତ, ରୁଷିଆ, ଚୀନ ଓ
ସାଉଥ୍ ଆଫ୍ରିକାକୁ ନେଇ ବ୍ରିକ୍ସରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
ଏହି ଅବସରରେ ଭାରତ ଓ ରୁଷିଆ ମଧ୍ୟରେ ବାଣିଜ୍ୟିକ କାରବାର
ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ରୁଷିଆ ରାଷ୍ଟ୍ରପତି ପୁଟିନ ସନ୍ତୋଷବ୍ୟକ୍ତ
କରିଛନ୍ତି । ଚଳିତ ବର୍ଷ ଏହା ୧୭%କୁ ବୃଦ୍ଧି ପାଇଛି । ଏହି ଗସ୍ତରେ
ଭାରତ ଓ ରୁଷିଆ ମଧ୍ୟରେ କୌଣସି ଚୁକ୍ତିନାମା ସ୍ୱାକ୍ଷରିତ ହେବ ନାହିଁ ।
ମାତ୍ର ପୁଟିନଙ୍କ ସହିତ ମୋଦିଙ୍କ ଦୀର୍ଘ ୬ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି
ହୋଇଥିବା ଆଲୋଚନାରେ ଦ୍ୱିପାକ୍ଷିକ ସମ୍ପର୍କ ସହ ସାମରିକ ଓ ବାଣିଜ୍ୟିକ
ସହଯୋଗିତା, ଆତଙ୍କବାଦ ଦମନ ପାଇଁ ମିଳିତ ଉଦ୍ୟମ, ସିରିଆ ଓ
ଆଫଗାନିସ୍ତାନ ପ୍ରସଙ୍ଗ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବା ଜଣାପଡ଼ିଛି ।
ଏଥିସହିତ ରୁଷିଆ ଠାରୁ ପ୍ରାୟ ୩ ଲକ୍ଷ ୬ ହଜାର ୩୬୦ କୋଟି
ଟଙ୍କାର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ ଏସ୍-୪୦୦ କ୍ରୟ
ବାବଦକୁ ଅର୍ଥ ପୈଠରେ ଆମେରିକାର କାଟସା କଟକଣା ଯୋଗୁଁ
ଉପୁଜିଥିବା ସମସ୍ୟାର ସମାଧାନ
ପାଇଁ ବାଟ ବାହାରିବାର ସମ୍ଭାବନା
ରହିଛି । ଏହି ମର୍ମରେ ପ୍ରଧାନମନ୍ତ୍ରୀ
ମୋଦି କହିଥିଲେ ଯେ ଭାରତ ଓ
ରୁଷିଆ ମଧ୍ୟରେ ଅବିଚ୍ଛିନ୍ନ ସାମରିକ
ସମ୍ପର୍କ ରହିଛି ଏବଂ କୌଣସି
ତୃତୀୟ ଦେଶକୁ ଏହି ସୁଦୀର୍ଘ
ଦ୍ୱିପାକ୍ଷିକ ସମ୍ପର୍କକୁ ବିଗାଡ଼ିବାକୁ
ସୁଯୋଗ ଦିଆଯିବ ନାହିଁ ।
ଏଠାରେ ସୂଚନାଯୋଗ୍ୟ ଯେ,
ସୁରକ୍ଷା ପରିଷଦରେ କାଶ୍ମୀର
ପ୍ରସଙ୍ଗରେ ରୁଷିଆ ବହୁବାର ସ୍ୱତନ୍ତ୍ର
ଭିଟୋ ଅଧିକାର ବ୍ୟବହାର କରି
ଭାରତକୁ ସମର୍ଥନ ଦେଇଆସିଛି ।
ତେବେ ଅନେକ ଘଟଣାରେ
ବିଶେଷ କରି ୧୯୬୨ରେ ଚୀନ
ଆକ୍ରମଣ ସମୟରେ ଭାରତକୁ
ରୁଷିଆ ସହଯୋଗ ନ କରି
ଅଡୁଆରେ ପକାଇଥିଲା । ତଥାପି
ଭାରତ ଆମେରିକା ଓ ଅନ୍ୟ
ପାଶ୍ଚାତ୍ୟ ଦେଶ ସହ ସମ୍ପର୍କ ସୁଧାର
କରିବାରେ ସକ୍ଷମ ହୋଇପାରି
ନଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ
ବାଜପେୟୀଙ୍କ ପର ଠାରୁ ଆମେରିକା
ଓ ତା’ର ସହଯୋଗୀମାନଙ୍କ ସହିତ
ଭାରତର ସାମରିକ ସମ୍ପର୍କରେ
ସୁଧାର ଆସିଛି । ପ୍ରଧାନମନ୍ତ୍ରୀ
ମୋଦିଙ୍କ କାର୍ଯ୍ୟକାଳରେ ଆମେରିକା
ସହ ଭାରତର ସାମରିକ ସମ୍ପର୍କ ସବୁଠାରୁ ଉନ୍ନତି କରିଛି । ଆମେରିକାର ଏଫ୍-୧୬ ଯୁଦ୍ଧବିମାନ
ନିର୍ମାଣକାରୀ କମ୍ପାନୀ ଲକହିଡ୍ ମାର୍ଟିନ୍ ଏବେ ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତ ଭାରତରେ
ତା’ର ଯୁଦ୍ଧବିମାନ ନିର୍ମାଣ ପ୍ଲାଣ୍ଟ ବସାଇବାକୁ ପ୍ରସ୍ତାବ ଦେଇଛି । ଆମେରିକାର
ଅନ୍ୟତନ ସହଯୋଗୀ ଇସ୍ରାଏଲ ଠାରୁ ମଧ୍ୟ ଭାରତ ଅତ୍ୟାଧୁନିକ ବାରକ୍ ମିସାଇଲ୍
ସମେତ ବହୁ ଅସ୍ତ୍ରଶସ୍ତ୍ର କ୍ରୟ ଚୁକ୍ତି ସ୍ୱାକ୍ଷର କରିଛି । ସେହିପରି ବାୟୁସେନାରୁ ମିଗ୍
ବିମାନ ହଟାଯାଇ ତା’ ସ୍ଥାନରେ ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ
କ୍ରୟ ପାଇଁ ଚୁକ୍ତି ସରିଛି । ଏଭଳି ପରିସ୍ଥିତିରେ ରୁଷିଆ ଓ ପାକିସ୍ତାନ ମଧ୍ୟରେ ନୂତନ
କରି ଗଢ଼ି ଉଠୁଥିବା ସାମରିକ ସମ୍ପର୍କ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ତେବେ ଏସବୁକୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଅନୌପଚାରିକ
ଗସ୍ତ ଆଗକୁ ଭାରତ ଓ ରୁଷିଆ ମଧ୍ୟରେ ଥିବା ସହଯୋଗୀତାର ସମ୍ପର୍କକୁ ଆହୁରି
ସୁଦୃଢ଼ କରିବ ବୋଲି କୂଟନୀତିକ ବିଷାରଦମାନେ ଆକଳନ କରୁଛନ୍ତି ।
Subscribe to:
Posts (Atom)