ଇସଲାମାବାଦ, ୧୦/ ୧୦ : ବିଶ୍ୱର କେତେକ ବିକାଶଶୀଳ ଦେଶମାନଙ୍କ ଜାତୀୟ ମୁଦ୍ରା ଧଡ଼ାଧଡ଼ ଖସୁଛି । ପ୍ରଥମେ ଆର୍ଜେଣ୍ଟିନା, ପରେ ଇଜିପ୍ଟ । ଏହାପରେ ଭେନିଜୁଏଲା ଓ ଭାରତର ରାଷ୍ଟ୍ରୀୟ ମୁଦ୍ରାରେ ଘୋର ଅବମୂଲ୍ୟାୟନ ପରେ ଏବେ ପାଳି ପଡ଼ିଛି ପାକିସ୍ତାନର । ବୁଧବାର ପାକିସ୍ତାନର ରାଷ୍ଟ୍ରୀୟ ମୁଦ୍ରା ଡଲାର ତୁଳନାରେ ୭% ହ୍ରାସ ପାଇଛି । ପାକିସ୍ତାନର ଅବସ୍ଥା ଏଭଳି ହେଲାଣି ଯେ, କ୍ୟାବିନେଟ୍ ବୈଠକରେ ମଧ୍ୟ ଚାହା ପରସା ଯାଉନାହିଁ । ଗତକାଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆଇଏମ୍ଏଫ୍ ଓ ବିଶ୍ୱବ୍ୟାଙ୍କ୍କୁ ବେଲ୍ଆଉଟ୍ ପ୍ୟାକେଜ୍ ମାଗିଥିଲେ । ସେ ଦର୍ଶାଇଥିଲେ ଯେ, ପାକିସ୍ତାନର ଅର୍ଥନୀତି ଭୁଶୁଡ଼ି ଯାଉଛି । ଆର୍ଥିକ ପ୍ୟାକେଜ୍ ନଦେଲେ ପାକିସ୍ତାନ ତିଷ୍ଠିପାରିବ ନାହିଁ । ଏଣୁ ତୁରନ୍ତ ଆର୍ଥିକ ସହାୟତା ନିମନ୍ତେ ସେ ଆବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାପାଣ୍ଠିର ମୁଖ୍ୟ ମରିସ ଅବସ୍ଟଫେଲ୍ଡ ଦର୍ଶାଇଛନ୍ତି ଯେ, ପାକିସ୍ତାନର ଏଭଳି ଦୟନୀୟ ଅବସ୍ଥା ପାଇଁ ଚୀନ ଦାୟୀ । ଚୀନ ପାକିସ୍ତାନକୁ ସର୍କରା ଜାତୀୟ ଋଣ ଦେଇ ଦେଇ ମଧୁମେହ କରାଇ ଦେଇଛି । ପାକିସ୍ତାନର ଅର୍ଥନୀତି ଏବେ ମଧୁମେହଗ୍ରସ୍ତ । ଚୀନ୍ ସିଲ୍କରୋଡ୍ ପାଇଁ ପାକିସ୍ତାନକୁ ଯେଉଁ ଋଣ ଦେଇଥିଲା ତାହା ସୁଧମୂଳ ସହ ଜଟିଳ ସ୍ଥିତିରେ ପହଞ୍ôଚଛି । ଏହି ବାବଦରେ ୨ ବିଲିୟନ ଡଲାର ପାକିସ୍ତାନ ସୁଝିପାରୁ ନାହିଁ । ୱାନ ବେଲ୍ଟ ୱାନ୍ ରୋଡ୍ ପ୍ରକଳ୍ପ ଅନ୍ତର୍ଗତ ଚୀନ ୬୦ ବିଲିୟନ ଡଲାର ନିବେଶ କରିବାକୁ ପ୍ରସ୍ତାବ ଦେଇଥିଲା । ଏହାଦ୍ୱାରା ବିକାଶଶୀଳ ଦେଶଗୁଡ଼ିକ ଚୀନ ନିଜର ଆର୍ଥିକ କ୍ରୀତଦାସ କରି ରଖିବାକୁ ଚାହୁଁଛି ବୋଲି ଆଇଏମ୍ଏଫ୍ ସତର୍କ କରାଇ ଦେଇଛି
Wednesday, October 10, 2018
ପାକିସ୍ତାନର ଅର୍ଥନୀତି ଏବେ ମଧୁମେହଗ୍ରସ୍ତ

ବାଂଲା ସୀମାରୁ ହଟିବ ଇଷ୍ଟ ପାକିସ୍ତାନ ସ୍ତମ୍ଭ
ଢାକା, ୧୦/୧୦ : ଭାରତ ଓ ବାଂଲାଦେଶ ସୀମାରେ ଇଷ୍ଟ ପାକିସ୍ତାନ ଲିଖିତ ଥିବା ସ୍ତମ୍ଭଗୁଡ଼ିକ ରହିଛି । ଏହାକୁ ହଟାଇ ନେଇ ବାଂଲାଦେଶ ଲେଖାଥିବା ପିଲର ନିର୍ମାଣ କରିବା ପାଇଁ ବାଂଲାଦେଶ ସରକାର ନିବେଦନ କରିଛନ୍ତି । ଏହାପରେ କେନ୍ଦ୍ର ସରକାର ବିଏସ୍ଏଫ୍ ଯୱାନଙ୍କୁ ଉକ୍ତ ପିଲାରଗୁଡ଼ିକୁ ସେଠାରୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ ସୀମାରେ ୩୧, ଆସାମ ସୀମାରେ ୧୩ ଓ ଅନ୍ୟ ସ୍ଥାନରେ ୧୮ଟି ଏଭଳି ପିଲର ରହିଛି । ପାଟ୍ରୋଲିଂ ସମୟରେ ଏହି ପିଲରଗୁଡ଼ିକ ଦିଗବାରିଣୀ ଭାବେ କାମ କରିଥାଏ ।
Friday, June 8, 2018
୫ ମାସରେ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ
ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଚଳିତ ବର୍ଷ ପାକିସ୍ତାନ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆତଙ୍କବାଦୀ ଅନୁପ୍ରବେଶ ଲାଗି ପାକିସ୍ତାନ ଏପରି କରୁଥିବା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି। ଚଳିତ ବର୍ଷ ଜାନୁୟାରୀ ୧ ତାରିଖ ଠାରୁ ଇତିମଧ୍ୟରେ ପାକିସ୍ତାନ ବାରମ୍ବାର ନିୟନ୍ତ୍ରଣରେଖାଠାରେ ୨୦୦୩ ଅସ୍ତ୍ରବିରତି ଚୁକ୍ତିର ଉଲ୍ଲଂଘନ କରୁଛି। ଫଳରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସୁରକ୍ଷା ଦୃଷ୍ଟିରୁ ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ଜନସାଧାରଣଙ୍କୁ ସ୍ଥାନାନ୍ତରଣ କରାଯିବା ସହିତ ସମ୍ପୃକ୍ତ ଅଞ୍ଚଳରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଏହାଦ୍ୱାରା ସାଧାରଣ ଜୀବନ ବିପର୍ଯ୍ୟସ୍ତ ହୋଇପଡିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କୁପଓ୍ବାରା ହାରିଲ୍ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲା ହାରିଲ୍ ଅଞ୍ଚଳରେ ସେନା ପାଟ୍ରୋଲିଂ ଦଳ ଉପରେ ଶୁକ୍ରବାର ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଭାରତୀୟ ସୁରକ୍ଷାମୁଖପାତ୍ର ସୂଚିତ କରିଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କୁପଓ୍ବାରାର ନିୟନ୍ତ୍ରଣ ରେଖା ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟ ଏଠାରେ କେରାନ ସେକ୍ଟରରେ ସେନା ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣ ଯବାନ ଆହତ ହୋଇଥିଲେ।
Tuesday, May 22, 2018
ମାଲେସିଆ କ୍ୟାବିନେଟ୍ରେ ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଲେ ଭାରତୀୟ ଶିଖ
କୁଆଲାଲାମ୍ପପୁର, ୨୨/୫ : ଭାରତୀୟ ବଂଶୋଦ୍ଭବ ତଥା ଶିଖ୍ ସମ୍ପ୍ରଦାୟର ବ୍ୟକ୍ତି ଗୋବିନ୍ଦ ସିଂହ ଦେଓ (୪୫) ମାଲେସିଆ କ୍ୟାବିନେଟ୍ରେ ସାମିଲ୍ ହୋଇଛନ୍ତି । ତାଙ୍କୁ ସୂଚନା ଓ ମଲ୍ଟିମିଡିଆ ବିଭାଗ ଦିଆଯାଇଛି । ସେ ମାଲେସିଆର ଉଚ୍ଚଙ୍ଗ ଲୋକସଭା ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ପିତା ପେଷାରେ ଜଣେ ଓକିଲ ଥିଲେ । ମାଲେସିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଗତକାଲି ଶପଥ ଗ୍ରହଣ କରିବା ପରେ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ପ୍ରକାଶଥାଉ କି, ଶ୍ରୀ ଦେଓ ୨୦୦୮ରେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଯାଇଥିଲେ ।
ମସଜିଦ୍ରେ କେବଳ ଜାତୀୟ ପତାକା ଲଗାଯିବ : ଚୀନ
୨୨/୦୫/୨୦୧୮
ବେଜିଂ, ୨୨/୫ : ଚୀନ୍ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚୀନ ଇସଲାମିକ ସଂଘ ଏହାର ସବୁ ସୁନୀ ଓ ସିହା ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦେଇ କହିଛି ଯେ, ମସଜିଦ୍ରେ କେବଳ ଚୀନର ଜାତୀୟ ପତାକା ଲଗାଯିବ । କୌଣସି ଧାର୍ମୀୟ ପତାକା ଲଗାଯାଇପାରିବ ନାହିଁ । ପ୍ରକାଶଥାଉ କି, ଚୀନରେ ରମଜାନ୍ ସମୟରେ ମୁସଲିମ୍ମାନଙ୍କୁ ଘୁଷୁରୀ ମାଂସ ଖାଇବାକୁ ଓ ମଦ ପିଇବାକୁ ବାଧ୍ୟ କରାଯାଏ । ଚୀନରେ ପ୍ରାୟ ୨ କୋଟି ମୁସଲମାନ ବସବାସ କରନ୍ତି । ଚୀନର ବିଭିନ୍ନ ଜେଲ୍ରେ ରହୁଥିବା ମୁସଲିମ୍ କଏଦୀମାନଙ୍କୁ ରମଜାନ ସମୟରେ ବଳପୂର୍ବକ ଘୁଷୁରୀ ମାଂସ ଖୁଆଇ ସେମାନଙ୍କୁ ମଦ ପିଆଉଥିବାର ଅଭିଯୋଗ ହୋଇଛି ।

Monday, May 21, 2018
ଦ୍ୱିପାକ୍ଷିକ ସମ୍ପର୍କକୁ କେହି ବିଗାଡିପାରିବେନି : ମୋଦି
ସୋଚି, ୨୧/୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମୀର
ପୁଟିନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୌପଚାରିକ
ଗସ୍ତରେ ଯାଇ ଆଜି ରୁଷିଆର କୃଷ୍ଣସାଗର ଉପକୂଳ ସୋଚି ସହରରେ
ପହଞ୍ôଚ ପୁଟିନଙ୍କ ସହିତ ସାକ୍ଷାତ କରିଛନ୍ତି । ଏହି ଅବସରରେ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ରୁଷିଆ ସହ ଭାରତର ସାମରିକ
ସହଯୋଗୀତା ସମ୍ପର୍କରେ ବହୁ ଉନ୍ନତି ଘଟିଛି । ପୂର୍ବରୁ ତକ୍ରାଳୀନ
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ‘ସାମରିକ
ସହଯୋଗୀ’ରୁ ଊଦ୍ଧ୍ୱର୍କୁ ଯାଇ ଏହି ସମ୍ପର୍କ ଏବେ ‘ସ୍ୱତନ୍ତ୍ର ସାମରିକ
ସହଯୋଗୀ’ (ସ୍ପେଶାଲ ପ୍ରଭିଲେଜ୍ ଷ୍ଟାଟେଜିକ୍ ପାଟନରସିପ୍) ସ୍ତରରେ
ପହଞ୍ôଚଛି ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସେ
ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାବେ ରୁଷିଆ
ଯାଇଥିଲେ । ରୁଷିଆ ସହିତ ଭାରତ ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ
ପରିବହନ କରିଡର (ଆଇଏନ୍ଏସ୍ଟିସି) ଓ ଭାରତ, ରୁଷିଆ, ଚୀନ ଓ
ସାଉଥ୍ ଆଫ୍ରିକାକୁ ନେଇ ବ୍ରିକ୍ସରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
ଏହି ଅବସରରେ ଭାରତ ଓ ରୁଷିଆ ମଧ୍ୟରେ ବାଣିଜ୍ୟିକ କାରବାର
ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ରୁଷିଆ ରାଷ୍ଟ୍ରପତି ପୁଟିନ ସନ୍ତୋଷବ୍ୟକ୍ତ
କରିଛନ୍ତି । ଚଳିତ ବର୍ଷ ଏହା ୧୭%କୁ ବୃଦ୍ଧି ପାଇଛି । ଏହି ଗସ୍ତରେ
ଭାରତ ଓ ରୁଷିଆ ମଧ୍ୟରେ କୌଣସି ଚୁକ୍ତିନାମା ସ୍ୱାକ୍ଷରିତ ହେବ ନାହିଁ ।
ମାତ୍ର ପୁଟିନଙ୍କ ସହିତ ମୋଦିଙ୍କ ଦୀର୍ଘ ୬ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି
ହୋଇଥିବା ଆଲୋଚନାରେ ଦ୍ୱିପାକ୍ଷିକ ସମ୍ପର୍କ ସହ ସାମରିକ ଓ ବାଣିଜ୍ୟିକ
ସହଯୋଗିତା, ଆତଙ୍କବାଦ ଦମନ ପାଇଁ ମିଳିତ ଉଦ୍ୟମ, ସିରିଆ ଓ
ଆଫଗାନିସ୍ତାନ ପ୍ରସଙ୍ଗ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବା ଜଣାପଡ଼ିଛି ।
ଏଥିସହିତ ରୁଷିଆ ଠାରୁ ପ୍ରାୟ ୩ ଲକ୍ଷ ୬ ହଜାର ୩୬୦ କୋଟି
ଟଙ୍କାର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ ଏସ୍-୪୦୦ କ୍ରୟ
ବାବଦକୁ ଅର୍ଥ ପୈଠରେ ଆମେରିକାର କାଟସା କଟକଣା ଯୋଗୁଁ
ଉପୁଜିଥିବା ସମସ୍ୟାର ସମାଧାନ
ପାଇଁ ବାଟ ବାହାରିବାର ସମ୍ଭାବନା
ରହିଛି । ଏହି ମର୍ମରେ ପ୍ରଧାନମନ୍ତ୍ରୀ
ମୋଦି କହିଥିଲେ ଯେ ଭାରତ ଓ
ରୁଷିଆ ମଧ୍ୟରେ ଅବିଚ୍ଛିନ୍ନ ସାମରିକ
ସମ୍ପର୍କ ରହିଛି ଏବଂ କୌଣସି
ତୃତୀୟ ଦେଶକୁ ଏହି ସୁଦୀର୍ଘ
ଦ୍ୱିପାକ୍ଷିକ ସମ୍ପର୍କକୁ ବିଗାଡ଼ିବାକୁ
ସୁଯୋଗ ଦିଆଯିବ ନାହିଁ ।
ଏଠାରେ ସୂଚନାଯୋଗ୍ୟ ଯେ,
ସୁରକ୍ଷା ପରିଷଦରେ କାଶ୍ମୀର
ପ୍ରସଙ୍ଗରେ ରୁଷିଆ ବହୁବାର ସ୍ୱତନ୍ତ୍ର
ଭିଟୋ ଅଧିକାର ବ୍ୟବହାର କରି
ଭାରତକୁ ସମର୍ଥନ ଦେଇଆସିଛି ।
ତେବେ ଅନେକ ଘଟଣାରେ
ବିଶେଷ କରି ୧୯୬୨ରେ ଚୀନ
ଆକ୍ରମଣ ସମୟରେ ଭାରତକୁ
ରୁଷିଆ ସହଯୋଗ ନ କରି
ଅଡୁଆରେ ପକାଇଥିଲା । ତଥାପି
ଭାରତ ଆମେରିକା ଓ ଅନ୍ୟ
ପାଶ୍ଚାତ୍ୟ ଦେଶ ସହ ସମ୍ପର୍କ ସୁଧାର
କରିବାରେ ସକ୍ଷମ ହୋଇପାରି
ନଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ
ବାଜପେୟୀଙ୍କ ପର ଠାରୁ ଆମେରିକା
ଓ ତା’ର ସହଯୋଗୀମାନଙ୍କ ସହିତ
ଭାରତର ସାମରିକ ସମ୍ପର୍କରେ
ସୁଧାର ଆସିଛି । ପ୍ରଧାନମନ୍ତ୍ରୀ
ମୋଦିଙ୍କ କାର୍ଯ୍ୟକାଳରେ ଆମେରିକା
ସହ ଭାରତର ସାମରିକ ସମ୍ପର୍କ ସବୁଠାରୁ ଉନ୍ନତି କରିଛି । ଆମେରିକାର ଏଫ୍-୧୬ ଯୁଦ୍ଧବିମାନ
ନିର୍ମାଣକାରୀ କମ୍ପାନୀ ଲକହିଡ୍ ମାର୍ଟିନ୍ ଏବେ ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତ ଭାରତରେ
ତା’ର ଯୁଦ୍ଧବିମାନ ନିର୍ମାଣ ପ୍ଲାଣ୍ଟ ବସାଇବାକୁ ପ୍ରସ୍ତାବ ଦେଇଛି । ଆମେରିକାର
ଅନ୍ୟତନ ସହଯୋଗୀ ଇସ୍ରାଏଲ ଠାରୁ ମଧ୍ୟ ଭାରତ ଅତ୍ୟାଧୁନିକ ବାରକ୍ ମିସାଇଲ୍
ସମେତ ବହୁ ଅସ୍ତ୍ରଶସ୍ତ୍ର କ୍ରୟ ଚୁକ୍ତି ସ୍ୱାକ୍ଷର କରିଛି । ସେହିପରି ବାୟୁସେନାରୁ ମିଗ୍
ବିମାନ ହଟାଯାଇ ତା’ ସ୍ଥାନରେ ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ
କ୍ରୟ ପାଇଁ ଚୁକ୍ତି ସରିଛି । ଏଭଳି ପରିସ୍ଥିତିରେ ରୁଷିଆ ଓ ପାକିସ୍ତାନ ମଧ୍ୟରେ ନୂତନ
କରି ଗଢ଼ି ଉଠୁଥିବା ସାମରିକ ସମ୍ପର୍କ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ତେବେ ଏସବୁକୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଅନୌପଚାରିକ
ଗସ୍ତ ଆଗକୁ ଭାରତ ଓ ରୁଷିଆ ମଧ୍ୟରେ ଥିବା ସହଯୋଗୀତାର ସମ୍ପର୍କକୁ ଆହୁରି
ସୁଦୃଢ଼ କରିବ ବୋଲି କୂଟନୀତିକ ବିଷାରଦମାନେ ଆକଳନ କରୁଛନ୍ତି ।
Subscribe to:
Posts (Atom)