Monday, May 21, 2018

ଦ୍ୱିପାକ୍ଷିକ ସମ୍ପର୍କକୁ କେହି ବିଗାଡିପାରିବେନି : ମୋଦି


ସୋଚି, ୨୧/୫  : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମୀର
ପୁଟିନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୌପଚାରିକ
ଗସ୍ତରେ ଯାଇ ଆଜି ରୁଷିଆର କୃଷ୍ଣସାଗର ଉପକୂଳ ସୋଚି ସହରରେ
ପହଞ୍ôଚ ପୁଟିନଙ୍କ ସହିତ ସାକ୍ଷାତ କରିଛନ୍ତି  । ଏହି ଅବସରରେ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ରୁଷିଆ ସହ ଭାରତର ସାମରିକ
ସହଯୋଗୀତା ସମ୍ପର୍କରେ ବହୁ ଉନ୍ନତି ଘଟିଛି  । ପୂର୍ବରୁ ତକ୍ରାଳୀନ
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ‘ସାମରିକ
ସହଯୋଗୀ’ରୁ ଊଦ୍ଧ୍ୱର୍କୁ ଯାଇ ଏହି ସମ୍ପର୍କ ଏବେ ‘ସ୍ୱତନ୍ତ୍ର ସାମରିକ
ସହଯୋଗୀ’ (ସ୍ପେଶାଲ ପ୍ରଭିଲେଜ୍ ଷ୍ଟାଟେଜିକ୍ ପାଟନରସିପ୍) ସ୍ତରରେ
ପହଞ୍ôଚଛି  ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସେ
ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାବେ ରୁଷିଆ
ଯାଇଥିଲେ  । ରୁଷିଆ ସହିତ ଭାରତ ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ
ପରିବହନ କରିଡର (ଆଇଏନ୍ଏସ୍ଟିସି) ଓ ଭାରତ, ରୁଷିଆ, ଚୀନ ଓ
ସାଉଥ୍ ଆଫ୍ରିକାକୁ ନେଇ ବ୍ରିକ୍ସରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି  ।
ଏହି ଅବସରରେ ଭାରତ ଓ ରୁଷିଆ ମଧ୍ୟରେ ବାଣିଜ୍ୟିକ କାରବାର
ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ରୁଷିଆ ରାଷ୍ଟ୍ରପତି ପୁଟିନ ସନ୍ତୋଷବ୍ୟକ୍ତ
କରିଛନ୍ତି  । ଚଳିତ ବର୍ଷ ଏହା ୧୭%କୁ ବୃଦ୍ଧି ପାଇଛି  । ଏହି ଗସ୍ତରେ
ଭାରତ ଓ ରୁଷିଆ ମଧ୍ୟରେ କୌଣସି ଚୁକ୍ତିନାମା ସ୍ୱାକ୍ଷରିତ ହେବ ନାହିଁ  ।
ମାତ୍ର ପୁଟିନଙ୍କ ସହିତ ମୋଦିଙ୍କ ଦୀର୍ଘ ୬ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି
ହୋଇଥିବା ଆଲୋଚନାରେ ଦ୍ୱିପାକ୍ଷିକ ସମ୍ପର୍କ ସହ ସାମରିକ ଓ ବାଣିଜ୍ୟିକ
ସହଯୋଗିତା, ଆତଙ୍କବାଦ ଦମନ ପାଇଁ ମିଳିତ ଉଦ୍ୟମ, ସିରିଆ ଓ
ଆଫଗାନିସ୍ତାନ ପ୍ରସଙ୍ଗ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବା ଜଣାପଡ଼ିଛି  ।
ଏଥିସହିତ ରୁଷିଆ ଠାରୁ ପ୍ରାୟ ୩ ଲକ୍ଷ ୬ ହଜାର ୩୬୦ କୋଟି
ଟଙ୍କାର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ ଏସ୍-୪୦୦ କ୍ରୟ
ବାବଦକୁ ଅର୍ଥ ପୈଠରେ ଆମେରିକାର କାଟସା କଟକଣା ଯୋଗୁଁ
ଉପୁଜିଥିବା ସମସ୍ୟାର ସମାଧାନ
ପାଇଁ ବାଟ ବାହାରିବାର ସମ୍ଭାବନା
ରହିଛି  । ଏହି ମର୍ମରେ ପ୍ରଧାନମନ୍ତ୍ରୀ
ମୋଦି କହିଥିଲେ ଯେ ଭାରତ ଓ
ରୁଷିଆ ମଧ୍ୟରେ ଅବିଚ୍ଛିନ୍ନ ସାମରିକ
ସମ୍ପର୍କ ରହିଛି ଏବଂ କୌଣସି
ତୃତୀୟ ଦେଶକୁ ଏହି ସୁଦୀର୍ଘ
ଦ୍ୱିପାକ୍ଷିକ ସମ୍ପର୍କକୁ ବିଗାଡ଼ିବାକୁ
ସୁଯୋଗ ଦିଆଯିବ ନାହିଁ  ।
ଏଠାରେ ସୂଚନାଯୋଗ୍ୟ ଯେ,
ସୁରକ୍ଷା ପରିଷଦରେ କାଶ୍ମୀର
ପ୍ରସଙ୍ଗରେ ରୁଷିଆ ବହୁବାର ସ୍ୱତନ୍ତ୍ର
ଭିଟୋ ଅଧିକାର ବ୍ୟବହାର କରି
ଭାରତକୁ ସମର୍ଥନ ଦେଇଆସିଛି  ।
ତେବେ ଅନେକ ଘଟଣାରେ
ବିଶେଷ କରି ୧୯୬୨ରେ ଚୀନ
ଆକ୍ରମଣ ସମୟରେ ଭାରତକୁ
ରୁଷିଆ ସହଯୋଗ ନ କରି
ଅଡୁଆରେ ପକାଇଥିଲା  । ତଥାପି
ଭାରତ ଆମେରିକା ଓ ଅନ୍ୟ
ପାଶ୍ଚାତ୍ୟ ଦେଶ ସହ ସମ୍ପର୍କ ସୁଧାର
କରିବାରେ ସକ୍ଷମ ହୋଇପାରି
ନଥିଲା  । କିନ୍ତୁ ପ୍ରଧାନମନ୍ତ୍ରୀ
ବାଜପେୟୀଙ୍କ ପର ଠାରୁ ଆମେରିକା
ଓ ତା’ର ସହଯୋଗୀମାନଙ୍କ ସହିତ
ଭାରତର ସାମରିକ ସମ୍ପର୍କରେ
ସୁଧାର ଆସିଛି  । ପ୍ରଧାନମନ୍ତ୍ରୀ
ମୋଦିଙ୍କ କାର୍ଯ୍ୟକାଳରେ ଆମେରିକା
ସହ ଭାରତର ସାମରିକ ସମ୍ପର୍କ ସବୁଠାରୁ ଉନ୍ନତି କରିଛି  । ଆମେରିକାର ଏଫ୍-୧୬ ଯୁଦ୍ଧବିମାନ
ନିର୍ମାଣକାରୀ କମ୍ପାନୀ ଲକହିଡ୍ ମାର୍ଟିନ୍ ଏବେ ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତ ଭାରତରେ
ତା’ର ଯୁଦ୍ଧବିମାନ ନିର୍ମାଣ ପ୍ଲାଣ୍ଟ ବସାଇବାକୁ ପ୍ରସ୍ତାବ ଦେଇଛି  । ଆମେରିକାର
ଅନ୍ୟତନ ସହଯୋଗୀ ଇସ୍ରାଏଲ ଠାରୁ ମଧ୍ୟ ଭାରତ ଅତ୍ୟାଧୁନିକ ବାରକ୍ ମିସାଇଲ୍
ସମେତ ବହୁ ଅସ୍ତ୍ରଶସ୍ତ୍ର କ୍ରୟ ଚୁକ୍ତି ସ୍ୱାକ୍ଷର କରିଛି  । ସେହିପରି ବାୟୁସେନାରୁ ମିଗ୍
ବିମାନ ହଟାଯାଇ ତା’ ସ୍ଥାନରେ ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ
କ୍ରୟ ପାଇଁ ଚୁକ୍ତି ସରିଛି  । ଏଭଳି ପରିସ୍ଥିତିରେ ରୁଷିଆ ଓ ପାକିସ୍ତାନ ମଧ୍ୟରେ ନୂତନ
କରି ଗଢ଼ି ଉଠୁଥିବା ସାମରିକ ସମ୍ପର୍କ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି  ।
ତେବେ ଏସବୁକୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଅନୌପଚାରିକ
ଗସ୍ତ ଆଗକୁ ଭାରତ ଓ ରୁଷିଆ ମଧ୍ୟରେ ଥିବା ସହଯୋଗୀତାର ସମ୍ପର୍କକୁ ଆହୁରି
ସୁଦୃଢ଼ କରିବ ବୋଲି କୂଟନୀତିକ ବିଷାରଦମାନେ ଆକଳନ କରୁଛନ୍ତି  ।

No comments:

Post a Comment