Tuesday, May 22, 2018

ମାଲେସିଆ କ୍ୟାବିନେଟ୍‍ରେ ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଲେ ଭାରତୀୟ ଶିଖ


କୁଆଲାଲାମ୍ପପୁର, ୨୨/୫  : ଭାରତୀୟ ବଂଶୋଦ୍ଭବ ତଥା ଶିଖ୍‍ ସମ୍ପ୍ରଦାୟର ବ୍ୟକ୍ତି ଗୋବିନ୍ଦ ସିଂହ ଦେଓ (୪୫) ମାଲେସିଆ କ୍ୟାବିନେଟ୍‍ରେ ସାମିଲ୍‍ ହୋଇଛନ୍ତି  । ତାଙ୍କୁ ସୂଚନା ଓ ମଲ୍ଟିମିଡିଆ ବିଭାଗ ଦିଆଯାଇଛି  । ସେ ମାଲେସିଆର ଉଚ୍ଚଙ୍ଗ ଲୋକସଭା ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି  । ତାଙ୍କ ପିତା ପେଷାରେ ଜଣେ ଓକିଲ ଥିଲେ  । ମାଲେସିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଗତକାଲି ଶପଥ ଗ୍ରହଣ କରିବା ପରେ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି  । ପ୍ରକାଶଥାଉ କି, ଶ୍ରୀ ଦେଓ ୨୦୦୮ରେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଯାଇଥିଲେ  ।

No comments:

Post a Comment